୩ୟ ପର୍ଯ୍ୟାୟ ଲକଡାଉନ ବ୍ରହ୍ମପୁରରେ ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ସରକାରଙ୍କ ନିୟମ ଅନୁଯାୟୀ ଦୋକାନ ବଜାର ଖୋଲା, କେତେକ ସ୍ଥାନରେ ଭୀଡ଼ ପରିଲକ୍ଷିତ ।

YouTube video

ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଲକ୍ ଡାଉନ ବଳବତ୍ତର ରହିବ । ଏଥିପାଇଁ ବ୍ରହ୍ମପୁରରେ ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ସରକାରଙ୍କ ନିୟମ ଅନୁଯାୟୀ ଦୋକାନ ବଜାର ଖୋଲା ଯାଉଥିବା ଯୋଗୁଁ ଜନସାଧାରଣଙ୍କ ସାମାନ୍ୟ ଭୀଡ଼ ପରିଲକ୍ଷିତ ହୋଇଛି । ମଂଗଳବାର ଯୋଗୁଁ ମାଛ ବଜାର, ପରିବା ବଜାର ସହ ବଡ଼ ବଜାର ଓ ଅନ୍ୟାନ୍ୟ ଅଂଚଳରେ ଭୀଡ଼ ଲାଗି ରହିଥିଲା । ସେହିପରି ବିଭିନ୍ନ ରାସ୍ତାରେ ଟ୍ରାଫିକ୍ ପୋଲିସ ଦ୍ୱାରା ପୂର୍ବଭଳି ଟ୍ରାଫିକ ନିୟନ୍ତ୍ରଣ ଜାରି ରହିଛି । ଗଂଜାମ ଜିଲ୍ଲାରେ ୩ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜନସାଧାରଣଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ତେଣୁ ଏହି ମହାମାରୀକୁ ରୋକିବାପାଇଁ ପ୍ରତ୍ୟେକ ଜନସାଧାରଣ ନିଜ ନିଜ ଘର ମଧ୍ୟରେ ସୁରକ୍ଷିତଭାବେ ରହିବାପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।