ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା କଟକଣା ନେଇ ଚତୁର୍ଥ ପର୍ଯ୍ୟାୟ ଆଲୋଚନା, ଲକ୍ଡାଉନ ବୃଦ୍ଧି ସମ୍ଭାବନା ।

YouTube video

ଆସନ୍ତା ୩ ତାରିଖ ଦିନ କରୋନା ଲକ୍ ଡାଉନ କଟକଣା ଖୋଲିବା ପାଇଁ ସ୍ଥିର ହୋଇଥିବାବେଳେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏହି କରୋନା କଟକଣା ନେଇ ଚତୁର୍ଥ ପର୍ଯ୍ୟାୟ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭିଡିଓ କନ୍ଫ୍ରେନ୍ସି ଜରିଆରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରି ଯେପରି ଓଡ଼ିଶା ବାହାରେ ଫଶି ରହିଥିବା ଶ୍ରମିକ, ଛାତ୍ରଛାତ୍ରୀ, ରୋଗୀ ଓ ତୀର୍ଥଯାତ୍ରୀ କିପରି ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିବେ ସେଥିପାଇଁ ଦୃଷ୍ଟି ଦେବାକୁ ଆଲୋଚନା କରିଥିଲେ । ସୁଚନାଯୋଗ୍ୟ ଗଂଜାମ ଜିଲ୍ଲାର ଶ୍ରମିକଙ୍କୁ ମିଶାଇ ସୁରଟ୍ରେ ପ୍ରାୟ ୧ଲକ୍ଷ ଶ୍ରମିକ ଅଟକି ରହିଥିବାବେଳେ ସର୍ବମୋଟ ୫ଲକ୍ଷ ଲୋକ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା କୁହାଯାଇଛି । ମୋଦୀଙ୍କ ସହ ଆଲୋଚନାବେଳେ ଓଡ଼ିଶାରେ ଏହି ଲକ୍ଡାଉନ ଆହୁରି ଏକମାସ ବୃଦ୍ଧି କରାଗଲେ ଭଲ ହେବ ବୋଲି କୁହାଯାଇଛି । ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କୁ ପଂଜି କରଣ କରିବା ସହ ସେମାନଙ୍କ ସ୍ୱାବ ପରୀକ୍ଷା କରାଯାଇ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କଲେ ଠିକ୍ ହେବ ବୋଲି କୁହାଯାଇଛି ।