ପବିତ୍ର ଚନ୍ଦନ ଯାତ୍ରା ଓ ଅକ୍ଷୀ ତୃତୀୟାରେ ମହାନଗରର ବିଭିନ୍ନ ମନ୍ଦିରରେ କେବଳ ପୂଜକଙ୍କ ଦ୍ୱାରା ପୂଜାର୍ଚ୍ଚନା ।

YouTube video

ପବିତ୍ର ଚନ୍ଦନ ଯାତ୍ରା ଓ ଅକ୍ଷୀ ତୃତୀୟା ଅବସରରେ ବ୍ରହ୍ମପୁର ମହାନଗରର ବିଭିନ୍ନ ଜଗନ୍ନାଥ ଓ ନୃସିଂହ ମନ୍ଦିରରେ ସ୍ୱତନ୍ତ୍ର ପୂଜା କାର୍ଯ୍ୟକ୍ରମ ଅନୁÂିତ ହୋଇଯାଇଛି । କରୋନା କଟକଣା ପାଇଁ ମନ୍ଦିର ବନ୍ଦ ରହିଥିବା ଯୋଗୁଁ କେବଳ ପୂଜକ ମାନଙ୍କ ଦ୍ୱାରା ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଅକ୍ଷୟ ତୃତୀୟାଠାରୁ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ଏଥିପାଇଁ ବିଭିନ୍ନ ମନ୍ଦିର କମିଟି ତରଫରୁ ରଥ ପୂଜା ସହ ରଥକାଠ ପୂଜା କରାଯାଇଥିଲା । ବ୍ରହ୍ମପୁରରେ ପୂର୍ବରୁ ବହୁ ମନ୍ଦିରରେ କାଠର ରଥ ପ୍ରସ୍ତୁତ ହୋଇ ରହିଛି । ତେଣୁ କେବଳ ରଥ ପୂଜା କରାଯାଇଥିଲା । କୋର୍ଟପେଟା ଜଗନ୍ନାଥ ମନ୍ଦିର ତରଫରୁ ରଥଯାତ୍ରା ପାଇଁ ରଥକାଠ ପୂଜା କରାଯାଇଥିଲା । ସେହିପରି ସାନଜଗନ୍ନାଥ, ବଡ଼ ଜଗନ୍ନାଥ, ତ୍ରିମୂର୍ତ୍ତି ଜଗନ୍ନାଥ, ବିଜିପୁର ଜଗନ୍ନାଥ, ପାତାଳେଶ୍ୱର ଓ ଗୋସାଇଁନୁଆଗାଁ ଜଗନ୍ନାଥ ମନ୍ଦିରରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ପାଇଁ କେବଳ ପୂଜକ ମାନଙ୍କ ଦ୍ୱାରା ଠାକୁରଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଯଥାରିତି ନିୟମାନୁଯାୟୀ ଠାକୁରଙ୍କୁ ଚନ୍ଦନ ଲେପନ କରାଯିବା ସହ ପୂଜା କରାଯାଇଥିଲା ।