
ଉକ୍ରଳ ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ସ୍ୱର୍ଗତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୨୯ତମ ଜୟନ୍ତୀ ଅବସରରେ ଗିରିମାର୍କେଟ ଛକସ୍ଥିତ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ଅନୁÂାନ ତରଫରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା । ସେହିପରି ଏମ୍କେସିଜି ମେଡ଼ିକାଲ କଲେଜ ପରିସରସ୍ଥିତ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ବହୁମୁଖୀ ସଂଘ ତରଫରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଂଜଳୀ ଜ୍ଞାପନ କରାଯାଇଥିଲା । ଅକ୍ଷୟ ତୃତୀୟା ଅବସରରେ ବହୁମୁଖୀ ସଂଘ ତରଫରୁ ବସୁମାତାଙ୍କୁ ଅନୁରୁପ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ରାମ କୁମାର ପାତ୍ର, ଅଶୋକ ନିମାଇଁ, ସଂଦେଶ ଦାସ, କେଶବ ପାଢ଼ୀ, ସଂତୋଷ ସାବତ, ଅଖିଳ ସାହୁ, ସମୀର ଦାସ ଓ ପୂଜକ ସଂତୋଷ ମିଶ୍ର ସମଦୁରତା ଅବଲମ୍ବନ କରି ବସୁମାତାଙ୍କ ପୂଜାର୍ଚ୍ଚନା କରିଥିଲେ । ଗିରିମାର୍କେଟ ଛକ ନିକଟରେ ଓଡ଼ିଶା ରାଜ୍ୟ ଶୌଣ୍ଢିକ ସମାଜ ତରଫରୁ ଗଜପତିଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ଏଥିରେ ସଭାପତି ପ୍ରଭାକର ସାହୁ, ତ୍ରିନାଥ ମହାରଣା, ବଦ୍ରି ପ୍ରସାଦ ପାତ୍ର, ସୁଶାନ୍ତ ପଟନାୟକ, ମଧୁସୁଦନ ସାହୁ, ଟୁନା ମହାନ୍ତି, ଭୀଷ୍ମାଚାର୍ଯ୍ୟ ଚୌଧୁରୀ ଓ ସୁରେଶ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଗୋପ୍ରେମୀ ଲଲାଟେନ୍ଦୁ ଚୌଧୁରୀ, ମୂନା କୁମାର ସାହୁ ଏବଂ ସାଇ ଶଙ୍କର ସାହୁ ଗଜପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ । କରୋନା ଦାଉରୁ କିପରି ଦେଶବାସୀ ଉଦ୍ଧାର ହେବେ ସେଥିପାଇଁ ଏଠାରେ ପ୍ରାର୍ଥନା କରାଯାଇଥିଲା । ବାଉରି ଖଦାଳ ସମାଜ ତରଫରୁ ଅନୁରୁପ ମେଡ଼ିକାଲ୍ ପରିସରସ୍ଥିତ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।






